କୋରାପୁଟ ଜିଲ୍ଲାପାଳଙ୍କ କୋଟପାଡ଼ ଏନ.ଏ.ସି ପରିଦର୍ଶନ 

କୋଟପାଡ଼ (ଖବର) ଆଜି କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ,ଉପଜିଲ୍ଲାପାଳ ଏ ଶସ୍ୟ ରେଡ଼ୀ କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ପରିଦର୍ଶନ କରିଥିଲେ ଆଜିର ଏହି ପରିଦର୍ଶନ ସମୟରେ କୋଟପାଡ଼ ବସୁଗୁଡା ସ୍ଥିତ ପରମୁଳା ପ୍ରସ୍ତୁତି କେନ୍ଦ୍ର, ନବ ନିର୍ମାଣ ଚାଲିଥିବା ଦୁଇଟି କଲ୍ୟାଣ ମଣ୍ଡପ, କୋଟପାଡ଼ ଆହାର କେନ୍ଦ୍ର ଓ କୋଟପାଡ଼ ବ୍ଲକ ପରିଦର୍ଶନ କରିଥିଲେ, ବିଶେଷ କରି କୋଟପାଡ଼ ଆହାର କେନ୍ଦ୍ରକୁ ଭୁୟସୀ ପ୍ରଶଂସା କରିବା ସହିତ ସମସ୍ତ ଅଧିକାରୀଙ୍କ ସାଥିରେ ଆହାର କେନ୍ଦ୍ରରେ ଖାଇଥିଲେ ଓ ଆହୁରି ଉନ୍ନତି ମାନର କରିବା ପାଇଁ ପ୍ରକାଶ କରିଥିଲେ, କୋଟପାଡ଼ ଅଞ୍ଚଳ ର ଦମୟନ୍ତୀ ସାଗର ଓ ଦିୱାନମୁଣ୍ଡା,ନୂତନ ଭାବରେ ନିର୍ମିତ ହେଉଥିବା କଲ୍ୟାଣ ମଣ୍ଡପ ଏବଂକୋଟପାଡ଼ ବିଜ୍ଞାପିତ ଅଞ୍ଚଳ ଓ କୋଟପାଡ଼ ବ୍ଲକ ପରିଦର୍ଶନ କରିଥିଲେ, ଆଜିର ଏହି ପରିଦର୍ଶନ ସମୟରେ ଇଓ କମଲେଶ ମହାନ୍ତ, ଅଧ୍ୟକ୍ଷ ଏମ ଶଙ୍କର ରାଓ, ବିଡ଼ିଓ ମନୋଜ ନାୟକ, ଅତିରିକ୍ତ ତହସିଲଦାର ପର୍ଶୁରାମ ଭତରା,ଡବଲ ଇ ସତ୍ୟନାରାୟଣ ସେଠୀ, ପ୍ରଶାନ୍ତ କାଚିମ, ଗୋପୀ ମାଝୀଙ୍କ ସହିତ କୋଟପାଡ଼ ଏନ.ଏ.ସି ଓ ବ୍ଲକର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *