ନୀଳମଣି କଲେଜ ଅର୍ଥନୀତି ବିଭାଗର ଆଲୋଚନାଚକ୍ର ଅଂଶଧନ ବଜାରରେ ଅସ୍ଥିରତା : କାରଣ, ପରିଣାମ ଓ ପ୍ରତିକାର

ବାଲେଶ୍ଵର : ୧୩/୦୫/୨୦୨୬ : ସଦର ବ୍ଲକ ଅନ୍ତର୍ଗତ ରୂପସାସ୍ଥିତ ନୀଳମଣି ମହାବିଦ୍ୟାଳୟ ଓ ଜାମଶୁଳୀସ୍ଥିତ ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟ ଅର୍ଥନୀତି ବିଭାଗର ମିଳିତ ଆନୁକୁଲ୍ୟରେ ଅଂଶଧନ ବଜାରରେ ଅସ୍ଥିରତା : କାରଣ, ପରିଣାମ ଓ ପ୍ରତିକାର ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ତପନ କୁମାର ବେହେରା ଅଧ୍ୟକ୍ଷତା କରିବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଅର୍ଥନୀତି ବିଭାଗର ମୁଖ୍ୟ ପ୍ରାଧ୍ୟାପକ ସରୋଜ କୁମାର ପାଣି ଆଲୋଚନାଚକ୍ରର ବିଷୟବସ୍ତୁ ସମ୍ପର୍କରେ ଆଲୋକପାତ କରିଥିଲେ । ଆଲୋଚନାଚକ୍ରରେ ଅଧ୍ୟାପକ ବିଜୟ କୁମାର ବେହେରା, ସତ୍ୟେନ୍ଦ୍ର କୁମାର ପାଲ ଓ ଶ୍ରୀଧର ବେହେରା ପ୍ରମୁଖ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ନିଜ ନିଜର ମତବ୍ୟକ୍ତ କରିଥିଲେ । ଅଧ୍ୟାପକ ଗୌରାଙ୍ଗ ପଣ୍ଡା ଅତିଥି ପରିଚୟ ଓ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ମୁଖ୍ୟଅତିଥି ଭାବେ ନୀଳଗିରି ଡିଗ୍ରୀ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଡ. ଶଙ୍କର୍ଷଣ ନାୟକ ଓ ମୁଖ୍ୟବକ୍ତା ଭାବେ ବରୁଣସିଂସ୍ଥିତ ଶ୍ରୀ ଜଗନ୍ନାଥ ଏଜୁକେଶନାଲ ଫାଉଣ୍ଡେସନର ଅଧ୍ୟକ୍ଷ ନିରଞ୍ଜନ ବେହେରା ପ୍ରମୁଖ ଯୋଗଦେଇ ଅଂଶଧନ ବଜାରରେ ଅସ୍ଥିରତା; ଏହାର କାରଣ, ପରିଣାମ ଓ ପ୍ରତିକାର ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ । ରଶ୍ମିତା ବେହେରା, ମାନସୀ ସ୍ୱାଇଁ, ବୀଣାପାଣି ଗିରି, ସେବତୀ ବର, ରାଜେନ୍ଦ୍ର ଦାସ, ଶାନ୍ତନୁ ବେହେରା ଓ ରଣଜିତ୍ ତପସ୍ୱୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅର୍ଥନୀତି ସମ୍ମାନ ବିଭାଗର ଛାତ୍ରୀଛାତ୍ର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଶେଷରେ ଅଧ୍ୟାପକ ଲକ୍ଷୀରାମ ହାଁସଦା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *