ବରିଷ୍ଟ କଂଗ୍ରେସ ନେତା ରମେଶ ବାଖ୍ୟାଙ୍କ ପରଲୋକ 

କୋରାପୁଟ:୨୮/୨ କୋରାପୁଟ ସଦର ବ୍ଲକ ଉମୁରି ପଞ୍ଚାୟତର ପୂର୍ବତନ ସରପଞ୍ଚ ରମେଶ ବାଖ୍ୟାଙ୍କ ଶନିବାର ଅପରାହ୍ନ ୩ ଘଣ୍ଟିକା ସମୟରେ ପରଲୋକ ହୋଇଯାଇଛି। ସ୍ୱର୍ଗତ ବ୍ୟାଖ୍ୟା ଜଣେ ବରିଷ୍ଟ ରାଜନେତା ସମାଜସେବୀ ପରୋପକାରୀ ମେଲାପି ଏବଂ ଧର୍ମ ପରାୟଣ ବ୍ୟକ୍ତି ଥିଲେ। ସେ ୧୯୯୨ ମସିହାରେ କଂଗ୍ରେସ ଦଳର ସମର୍ଥନରେ ଉମୁରି ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇ ପାଞ୍ଚ ବର୍ଷ ଯାଏ ପଞ୍ଚାୟତର ବିକାଶ ଦିଗରେ ବହୁତ ଗୁଡିଏ ଉନ୍ନତି ମୂଳକ କାର୍ଯ୍ୟ କରିଥିଲେ।ପରବର୍ତ୍ତୀ ସମୟରେ ସେ କଂଗ୍ରେସ ଦଳର ଏକ ସକ୍ରିୟ ସଦସ୍ୟ ଭାବେ ନିଜକୁ କୋରାପୁଟ ଜିଲ୍ଲାରେ ପ୍ରତିଷ୍ଠିତ କରିଥିଲେ। ତାଙ୍କ ରାଜନୀତି ସମୟରେ କଂଗ୍ରେସ ଦଳ ପକ୍ଷରୁ ତାଙ୍କୁ ଅନେକ ପଦ ପଦବୀରେ ନିଯୁକ୍ତ କରାଯାଇଥିଲା। ସେ ଜିଲ୍ଲା ଏସସି ସେଲର ସଭାପତି, କୋରାପୁଟ ପଞ୍ଚାୟତ ସମିତିର ସଭାପତି. ଆମ୍ବେଦକର ସୋସାଇଟିର ସଦସ୍ୟ, କୋରାପୁଟ ଜିଲ୍ଲା ଡମ ସମାଜ ର ଉପଦେଷ୍ଟା ପଦରେ ରହି ନିଜ କର୍ତ୍ତବ୍ୟକୁ ସୁ ସଂଗଠିତ ଭାବେ ପ୍ରତିପାଦନ କରିଥିଲେ। କିଛି ମାସ ହେଲା ସେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ଆଜି ଅପରାହ୍ନ ୩ ଘଣ୍ଟା ସମୟରେ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜରେ ଚିକିତ୍ସଛିତ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହିଇଥିବା ଜଣାପଡିଛି। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଅନେକ ବନ୍ଧୁ ବାନ୍ଧବ ଓ ଜ୍ଞାତି କୁଟୁମ୍ବ.କଂଗ୍ରେସ ନେତା କର୍ମୀ ଶେଷ ଦର୍ଶନ ପାଇଁ ତାଙ୍କ ବାସ ଭବନରେ ପହଞ୍ଚି ସ୍ବର୍ଗତ ବାଖ୍ୟାଙ୍କ ପତ୍ନୀ, ଦୁଇ ପୁଅ ଝିଅ ବୋହୁ. ସମେତ ପରିବାର ସମ୍ପର୍କୀୟଙ୍କୁ ସମବେଦନା ଜଷଣାଇଛନ୍ତି। ଆସନ୍ତା କାଲି ରବିବାର ଦିନ ୧୦ ଘଣ୍ଟିକା ସମୟରେ ନିଜ ଗ୍ରାମ ଉମରିରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ରୂପକ ତୁରୁକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *