ହିନ୍ଦୁତ୍ୱ ରକ୍ଷା ଓ ଗୋମାତା ସୁରକ୍ଷା ନେଇ ବର୍ଷିଲେ ସନ୍ତୋଷ କୁମାର ଭୋଳ
ବୌଦ୍ଧ 28/2 ( ଭାଗବତ ମେହେର ) ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ପକ୍ଷରୁ ବୌଦ୍ଧ ସର୍କିଟ ହାଉସ ଠାରେ ଶନିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀରେ ସଂଗଠନର ଓଡିଶା ରାଜ୍ୟ ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଳ ଯୋଗଦେଇ ହିନ୍ଦୁତ୍ୱ ରକ୍ଷା ଓ ଗୋମାତା ସୁରକ୍ଷା ନେଇ କଡା ମତ ପ୍ରକାଶ କରିଥିଲେ।
ସେ କହିଥିଲେ ଯେ ରାଜ୍ୟର ବିଭିନ୍ନ ସ୍ଥାନରେ ହିନ୍ଦୁ ସମାଜର ଆସ୍ଥା ଓ ପରମ୍ପରା ଉପରେ ଆଘାତ ଲାଗୁଥିବା ଘଟଣା ବୃଦ୍ଧି ପାଉଛି। ଏପରି ପରିସ୍ଥିତିରେ ସମସ୍ତ ହିନ୍ଦୁ ସମାଜକୁ ଏକତ୍ରିତ ହୋଇ ଧର୍ମ ଓ ସଂସ୍କୃତିର ସୁରକ୍ଷା ପାଇଁ ଆଗକୁ ଆସିବାକୁ ସେ ଆହ୍ୱାନ ଜଣାଇଥିଲେ।
ଗୋମାତା ସୁରକ୍ଷା ବିଷୟରେ ସେ କହିଥିଲେ ଯେ ଗୋହତ୍ୟା ରୋକିବା ପାଇଁ କଡା ଆଇନ ପ୍ରୟୋଗ ହେବା ଆବଶ୍ୟକ। ଅବୈଧ ଗୋ ବ୍ୟବସାୟ ଓ ଗୋ ଚୋରାଚାଳାନ ଉପରେ ପୋଲିସ ଓ ପ୍ରଶାସନ ତତ୍ପର ହେବାକୁ ସେ ଦାବି କରିଥିଲେ। ଏହାସହ ଯୁବ ସମାଜକୁ ଧାର୍ମିକ ମୂଲ୍ୟବୋଧ ଓ ସଂସ୍କୃତି ସମ୍ପର୍କରେ ସଚେତନ କରିବା ପାଇଁ ସଂଗଠନ ପକ୍ଷରୁ ରାଜ୍ୟବ୍ୟାପୀ ଅଭିଯାନ ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଥିଲେ।
ସମ୍ମିଳନୀରେ ସଂଗଠନର ଅନ୍ୟାନ୍ୟ ପଦାଧିକାରୀ ଓ ସଦସ୍ୟମାନେ ଉପସ୍ଥିତ ଥିଲେ। ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ସନ୍ତୋଷ କୁମାର ଭୋଳ କହିଥିଲେ ଯେ ଆଗାମୀ ଦିନରେ ଜିଲ୍ଲା ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀ ରେ କୁହାଯାଇଥିଲା! ଏଥିରେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ର ପ୍ରଦ୍ୟୁମ୍ନ ଦାସ, ପ୍ରଦୀପ ଦାସ, ରାଜୀବ ମିଶ୍ର, ଶଙ୍କର ଶରଣ ଆଚାର୍ଯ୍ୟ, ଦେବାନନ୍ଦ ନାଏକ, କୃଷ୍ଣ ଚନ୍ଦ୍ର ପ୍ରଧାନ,ଅରୁଣ ମେଣ୍ଡୁଳି, ରମେଶ ମେହେର ଙ୍କ ସମେତ ଅନନ୍ୟ କର୍ମକର୍ତା ଉପସ୍ଥିତ ଥିଲେ!
