ଉରୁବାଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆଡମିଟ କାର୍ଡ ମିଳିନଥିବା ଅଭିଯୋଗ, ଫର୍ମ ଆବେଦନ ହୋଇ ନଥିବାରୁ ଆଡମିଟ କାର୍ଡ ଆସିନଥିବା କହିଲେ ଅଧକ୍ଷ ।  

ମାଲକାନଗିରି, ୧୯।୨(ଖବର ); ସାରା ରାଜ୍ୟରେ ଆସନ୍ତା କାଲି ଅର୍ଥାତ ଶୁକ୍ରବାର ଠାରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ଏନେଇ ବିଭିନ୍ନ ସ୍ଥାନରେ ପୂର୍ବରୁ ଛାତ୍ର ଛାତ୍ରୀଙ୍କୁ ଆଡମିଟ କାର୍ଡ ପ୍ରଦାନ କରାଯାଇଥିବା ବେଳେ ମାଲକାନଗିରି ଜିଲ୍ଲାର ଉରୁବାଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କିଛି ଛାତ୍ର ଛାତ୍ରୀଙ୍କୁ ଆଜି ଯାଏଁ ଏହି ଆଡମିଟ କାର୍ଡ ମିଳି ନଥିବା ନେଇ ଅଭିଯୋଗ ହୋଇଛି। ଅପର ପକ୍ଷରେ ଏହାକୁ ମିଥ୍ୟା ଓ ଭିତ୍ତିହୀନ ବୋଲି କହିଛନ୍ତି ଅନୁଷ୍ଠାନର ଅଧକ୍ଷ। ଅଭିଯୋଗ ଅନୁଯାୟୀ ମାଲକାନଗିରି ଜିଲ୍ଲା ଉରୁବାଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ଦ୍ଵିତ୍ତୀୟ ବର୍ଷରେ ୧୫୮ ଜଣ ଛାତ୍ର ଛାତ୍ରୀ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୯୯ ଜଣଙ୍କୁ ଆଡମିଟ କାର୍ଡ ମିଳିଥିବା ସହ ୫୯ ଜଣଙ୍କୁ ଏହା ମିଳି ନଥିବା ଛାତ୍ର ମହେନ୍ଦ୍ର ରାୟ, କିରଣ ସରକାର ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସେମାନେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଭେଟିଥିଲେ, ହେଲେ ଅଧକ୍ଷ ଯାହାର ଆଡମିଟ କାର୍ଡ ନାହିଁ ସିଏ ପରିକ୍ଷା ଦେଇ ପାରିବେ ନାହିଁ ବୋଲି କହିଥିବା ପ୍ରକାଶ କରିଛନ୍ତି।  ଫଳରେ ଛାତ୍ର ମାନେ ନିରାଶ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ କରିଛନ୍ତି। ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ସେମାନେ ଦାବି ପତ୍ର ପ୍ରଦାନ କରି ଏହାର ସମାଧାନ ପାଇଁ ଅନୁରୋଧ କରିଛନ୍ତି। ତେବେ ଅପର ପକ୍ଷରେ କିନ୍ତୁ ଏହି ଛାତ୍ର ମାନଙ୍କ ଅଭିଯୋଗକୁ ସିଧା ସଳଖ ଖଣ୍ଡନ କରିଛନ୍ତି ଅଧକ୍ଷ ଗିରିଜା ବେହେରା। ଶ୍ରୀ ବେହେରାଙ୍କ କହିବା ଅନୁଯାୟୀ ଚଳିତ ବର୍ଷ ୧୫୮ ପିଲାଙ୍କ ମଧ୍ୟରୁ କେବଳ ୧୦୮ ଜଣ ଏହି ପରୀକ୍ଷା ନିମନ୍ତେ ଫର୍ମ ଆବେଦନ କରିଥିଲେ ଓ ସେମାନନଙ୍କ ଆଡମିଟ କାର୍ଡ ଆସି ଯାଇଛି। ଏହି ପିଲାଏ ବିଦ୍ୟାଳୟକୁ ସଠିକ ଭାବେ ଆସୁ ନଥିବା ବେଳେ ସେମାନଙ୍କୁ ବାରମ୍ବାର ଅବଗତ କରିବା ପରେ ବି ସେମାନେ ପରୀକ୍ଷା ପାଇଁ ନିଜର ଫର୍ମ ଆବେଦନ ମଧ୍ୟ କରି ନଥିଲେ। ଏହା ସତ୍ବେ ମଧ୍ୟ ସେ ଏହି ଛାତ୍ର ଛାତ୍ରୀଙ୍କଙ୍କ ଫର୍ମ ଆବେଦନ ପାଇଁ ତାରିଖ ସରିଥିବା ପରେବି ଚେଷ୍ଟା କରିଥିଲେ ହେଁ ଏହା ସମ୍ଭବ ହୋଇନଥିଲା। ଯାହା ଫଳରେ ଏହି ପିଲାଙ୍କ ଆଡମିଟ କାର୍ଡ ଆସି ନଥିବା ସେ ପ୍ରକାଶ କରିଛନ୍ତି। ପିଲାଙ୍କ ଦ୍ଵାରା ହୋଇଥିବା ଅଭିଯୋଗ ସମ୍ପୂର୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *