ବ୍ଲକ–ଶ୍ରମ ଅଫିସ ଦୌଡ଼ି ଦୌଡ଼ି ନିରାଶ ମହିଳା ଶ୍ରମିକ

ବୌଦ୍ଧ 5/2 ( ଭାଗବତ ମେହେର ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଶୁଣ୍ଢୀପଦର ଗ୍ରାମର ଗରିବ ମହିଳା ଶ୍ରମିକ ଧନେଶ୍ୱରୀ ପ୍ରଧାନ ଦୀର୍ଘଦିନ ଧରି ସରକାରଙ୍କ ବିବାହ ସହାୟତା ରାଶି ପାଇବାକୁ ଅପେକ୍ଷା ଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେହି ସହାୟତାରୁ ବଞ୍ଚିତ ରହିଛନ୍ତି। ଦୁଃଖ–କଷ୍ଟ ଭିତରେ ଝିଅର ବିବାହ ସମ୍ପନ୍ନ କରିଥିବା ଧନେଶ୍ୱରୀ ସରକାରଙ୍କ ଘୋଷିତ ସହାୟତା ଉପରେ ଭରସା ରଖିଥିଲେ।କିନ୍ତୁ ବିବାହ ପରେ ମାସମାସ ହେବା ସତ୍ତ୍ୱେ ସହାୟତା ରାଶି ମିଳିନଥିବାରୁ ସେ ବ୍ଲକ ଅଫିସ ଓ ଶ୍ରମ ଅଫିସ ମଧ୍ୟରେ ଦୌଡ଼ି ଦୌଡ଼ି ନିରାଶ ବୋଲି କହିଛନ୍ତି। ଶ୍ରମ କାର୍ଯ୍ୟାଳୟ ଗଲେ କେବଳ ଆଶ୍ୱାସନା ଛଡା କିଛି ମିଳୁନି ବୋଲି  ଅଭିଯୋଗ କରିଛନ୍ତି ଧନେଶ୍ୱରୀ। ଏପରିକି ଏହି ସମସ୍ୟାକୁ ନେଇ ଗତ ମାସ ୧୯ ତାରିଖରେ ହୋଇଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ରେ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଙ୍କୁ ଲିଖିତ  ଅଭିଯୋଗ ମଧ୍ୟ କରିଥିଲେ। ଅଭିଯୋଗ ପାଇବା ପରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାଏକ ସମ୍ପୃକ୍ତ ଶ୍ରମ ଅଧିକାରୀ କନ୍ୟାକୁମାରୀଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ ଏବଂ ତୁରନ୍ତ କାର୍ଯ୍ୟ କରିବାକୁ ସ୍ଥାନୀୟ ବିଡ଼ିଓଙ୍କୁ ସ୍ପଷ୍ଟ ନିର୍ଦେଶ ମଧ୍ୟ ଦେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦେଶ ପରେ ମଧ୍ୟ ସମ୍ପୃକ୍ତ ଅଧିକାରୀ ମାନେ ଏପର୍ଯ୍ୟନ୍ତକାର୍ଯ୍ୟ କରିବାକୁ ନାରାଜ ବୋଲି ଶ୍ରମିକ ଅଭିଯୋଗ ଆଣିଛନ୍ତି।  ଏନେଇ କଣ୍ଟାମାଳ ବିଡ଼ିଓ ସାମି ଜୟଶ୍ରୀ ରେଡି ଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭପର ନଥିବାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ! ଶ୍ରମିକ ଧନେଶ୍ୱରୀ ଙ୍କୁ ତୁରନ୍ତ ସରକାରୀ ବିବାହ ସହାୟତା ରାଶି ପ୍ରଦାନ କରିବାକୁ ଜିଲ୍ଲାପାଳ ଙ୍କୁ ପୁନର୍ବାର ନିବେଦନ କରିଥିବା ବେଳେ ଜିଲ୍ଲା ରେ ଶ୍ରମିକ ଙ୍କ ପ୍ରତି ଏଭଳି ଘଟଣା ଜିଲ୍ଲାରେ ଶ୍ରମିକ ସହାୟତା ଯୋଜନାର ବିଭାଗୀୟ କତୃପକ୍ଷ ଙ୍କ ସ୍ୱଛତା କାର୍ଯ୍ୟପ୍ରତି  ପ୍ରଶ୍ନ ଉଠୁଛି।

Leave a Reply

Your email address will not be published. Required fields are marked *