ଲାଞ୍ଜିଗଡ଼ କଂଗ୍ରେସ ନୂତନ ସଭାପତିଙ୍କୁ ସମ୍ବର୍ଦ୍ଧନା ପାଇଁ ପ୍ରସ୍ତୁତି ବୈଠକ 

ଲାଞ୍ଜିଗଡ଼ କଂଗ୍ରେସ ନୂତନ ସଭାପତିଙ୍କୁ ସମ୍ବର୍ଦ୍ଧନା ପାଇଁ ପ୍ରସ୍ତୁତି ବୈଠକ 

ଲାଞ୍ଜିଗଡ଼,୩୦/୦୧(ଖବର):ଆଗକୁ ପାଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ କଂଗ୍ରେସ ତାର ରଣ କୌଶଳ ପ୍ରସ୍ତୁତ କରୁଛି। ଏହି ପରିପ୍ରେକ୍ଷୀରେ ନୂତନ ସଭାପତି ଚୟନ ସହ କାର୍ଯ୍ୟକାରୀ ସଭାପତି, ଯୁବ ସଭାପତି, ପଞ୍ଚାୟତ ସଭାପତି କଂଗ୍ରେସ ବିଗୁଲ ବଜାଇଛି। ଗତ ଜାନୁୟାରୀ ୧୮ ତାରିଖରେ ବରିଷ୍ଠ ନେତୃତ୍ବ ଗୋବିନ୍ଦ ପ୍ରଧାନୀଙ୍କୁ କଂଗ୍ରେସ ବ୍ଲକ ଦାଇତ୍ବ ଭାର ପ୍ରଦାନ କରିବା ପରେ ଲାଞ୍ଜିଗଡ଼ କଂଗ୍ରେସ କର୍ମୀ ମହଲରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଆଜି ଏହି ଅବସରରେ ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ ପକ୍ଷରୁ ନୂତନ ସଭାପତିଙ୍କୁ ସମ୍ବର୍ଦ୍ଧନା ପାଇଁ ବିଶ୍ଵନାଥପୁର ଠାରେ ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ ସମ୍ପାଦକ ଗଣେଶ ବେହେରାଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ଲାଞ୍ଜିଗଡ଼ ବ୍ଲକ ସଭାପତି ଗୋବିନ୍ଦ ପ୍ରଧାନୀ, କଂଗ୍ରେସ ଜିଲ୍ଲା ଉପସଭାପତି ମନୋଜ ରାଉତ, ପ୍ରଦିପ ମାଝୀ, ରାଜିବ ଗାନ୍ଧୀ ସେବା ସମିତି ସଭାପତି ମୁଲୁ ମାଝୀ, ପୂର୍ବତନ ଅଧ୍ୟକ୍ଷ ଫକିର ମାଝୀ, ଜୋନ୍ ୧ ସଭାପତି ପୂର୍ଣ୍ଣଚନ୍ଦ୍ର ଗଉଡ଼, ବିଶ୍ଵନାଥପୁର କଂଗ୍ରେସ ସଭାପତି ନରେନ୍ଦ୍ର ପ୍ରଧାନୀ, କଂଗ୍ରେସ ନେତା ଫକିର ବିଶି, କର୍ଣ୍ଣ ସାହୁ, ସନ୍ତୋଷ କୁମାର ତୁଳ, ଭାସ୍କର ଚନ୍ଦନ, ମକରନ୍ଦ ହିଆଲ, ନିର୍ମଲ ବାଗ, ସନ୍ୟାସୀ ବେହେରା, ଗୋପାଳ ଖୁରାଙ୍କ ସମେତ କଂଗ୍ରେସ ନେତା ଓ କର୍ମୀ ମାନେ ଉପସ୍ଥିତ ରହି ବିଜେପି ରାଜ୍ୟ ଓ କେନ୍ଦ୍ର ଉପରେ ବର୍ଷିଥିଲେ। ବୈଠକକୁ ଗୋପାଳ ଦାସ ମହାନନ୍ଦ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *