ଜାତୀୟ କନ୍ୟା ଶିଶୁ ଦିବସ ଭବ୍ୟ ଭାବେ ପାଳିତ

ସମାରୋହର ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ (OSEPA) ଙ୍କ ଯୁଗ୍ମ ନିର୍ଦ୍ଦେଶକ ଡ଼ା. ସନ୍ତୋଷ କୁମାର ରାଉତ ଯୋଗଦେଇ କନ୍ୟା ଶିକ୍ଷା ଓ ସମାଜରେ ସମାନ ଅଧିକାର ଉପରେ ଗୁରୁତ୍ୱ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଭାବେ ବ୍ରେକଥ୍ରୁ ସଂସ୍ଥାର ରାଜ୍ୟ ମୁଖ୍ୟ ଡ଼ା. ରୁକ୍ମଣୀ ପଣ୍ଡା କନ୍ୟା ସଶକ୍ତିକରଣରେ ଶିକ୍ଷା, ସଚେତନତା ଓ ପରିବାରର ଭୂମିକା ଉପରେ ଆଲୋଚନା କରିଥିଲେ। ଗରିମାମୟ ଅତିଥି ଭାବେ OSEPA ର ରାଜ୍ୟ ଲିଙ୍ଗ ସମନ୍ୱୟକ ଲହରି ମହାନ୍ତି,ଜିଲ୍ଲା ଲିଙ୍ଗ ସଂଯୋଜିକା ପ୍ରଣୀତା ସାବତ, ଆନ୍ତର୍ଜାତୀୟ କବି ଡ଼ା. ସ୍ନିଗ୍ଧାରାଣୀ ସ୍ୱାଇଁ, ପ୍ରସିଦ୍ଧ ଗାୟିକା ପ୍ରିୟଙ୍କା ରଥ, ଲେଖିକା ଓ ସାମାଜିକ କର୍ମୀ ଚିନ୍ମୟୀ ପଣ୍ଡା ଓ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ସୀତା ସାହୁ ଉପସ୍ଥିତ ରହିଥିଲେ। ଅତିଥିମାନେ କନ୍ୟାମାନଙ୍କୁ ନିଜ ସ୍ୱପ୍ନ ପୂରଣ ପାଇଁ ନିର୍ଭୟ ଭାବେ ଆଗେଇଯିବାକୁ ପ୍ରେରିତ କରିଥିଲେ। କାର୍ଯ୍ୟକ୍ରମର ଅଧ୍ୟକ୍ଷତା ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପ୍ତ କୁମାର ବେହେରା କରିଥିଲେ। ତୋଫାନ କୁମାର ରାଉତରାୟ ମଞ୍ଚ ପରିଚାଳନା ସହ ସ୍ୱାଗତ ଭାଷଣ ଦେଇଥିଲେ l ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଚେତନତା ରାଲି, ପୁଷ୍ଟିକର ଖାଦ୍ୟ ମେଳା, ପୋଷାର ପ୍ରସ୍ତୁତି ପ୍ରତିଯୋଗିତା, ଶିଶୁବାଟିକା, କିଶୋରୀ କ୍ଲବ,ସାଂସ୍କୃତିକ କାର୍ଯ୍ୟକ୍ରମ, ଭାଷଣ ଓ ସଚେତନତାମୂଳକ ପ୍ରସ୍ତୁତି ସମସ୍ତଙ୍କୁ ଆକର୍ଷିତ କରିଥିଲା। କୃତୀ ପ୍ରତିଯୋଗୀ ଙ୍କୁ ପୁରସ୍କାର ସହ ସମସ୍ତ ଅଂଶୀଦାରଙ୍କୁ ଉପହାର ପ୍ରଦାନ କରାଯାଇଥିଲା l ସମାରୋହ ସଫଳ ଭାବେ ଆୟୋଜନ କରିଥିବାରୁ ବିଦ୍ୟାଳୟ ପରିବାର, SMC ଓ PSSS ସଂଘର ସଦସ୍ୟମାନଙ୍କୁ ସମସ୍ତ ଅତିଥି ଧନ୍ୟବାଦ ଜଣାଇଥିଲେ। ବାବି ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ l ସେଲି ବିଶ୍ୱାଳ, ନିବେଦିତା କର, ହିରଣ୍ମୟୀ ସ୍ୱାଇଁ, ସସ୍ମିତା ବେହେରା, ସରିତ୍ରୀ ପଣ୍ଡା, ରତ୍ନା ମଞ୍ଜରୀ ଦାସ, ଭା୍ନୁପ୍ରିୟା ନାୟକ, ଜୟଲକ୍ଷ୍ମୀ ମିଶ୍ର,ସୁଶ୍ରୀ ସଂଙ୍ଗିତା ମହାପାତ୍ର, ଶିବରାମ ସେନାପତି, ପ୍ରତାପ କୁମାର ମଲ୍ଲିକ, ସତ୍ୟ ନାରାୟଣ ଛାଟୋଇ, କମଳିନୀ ପାଢ଼ୀ, ରଶ୍ମିତା ବେହେରା, ନମ୍ରତା ସlମଦର୍ଶିନୀ, ରଶ୍ମିତା ପ୍ରିୟଦର୍ଶିନୀ,ବୈଶାଖୀ ତରାଇ, ଲକ୍ଷ୍ମୀପ୍ରିୟା ଦାସ ଆଦି ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *